Thursday, June 15, 2017

ବେସରକାରୀ ବିଦ୍ୟାଳୟ ମାନଙ୍କରେ ମାଗଣା ନାମ ଲେଖା - Get the benefits of study in Private schools for free as per RTE.

ନୂଆପଡା ଜିଲ୍ଲାର ବେସରକାରୀ ବିଦ୍ୟାଳୟ ମାନଙ୍କରେ  ଚଳିତ ଶିକ୍ଷ ବର୍ଷ  ପାଇଁ ଶିକ୍ଷ ଅଧିକାର ଆଇନ ୨୦୦୯ ଅନୁଯାଇ ଅବହେଳିତ ତଥା ଦୁର୍ବଳ ଶ୍ରେଣୀର ଶିଶୁ ମାନଙ୍କର ମାଗଣା ନାମ ଲେଖାଇବା ପାଇଁ ବିଜ୍ଞପ୍ତି

ଏତତଦ୍ଵାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ଜିଲ୍ଲାରେ ଥିବା କେତେକ ବେସରକାରୀ ବିଦ୍ୟାଳୟର  ପ୍ରବେଶ ଶ୍ରେଣୀ ବ ପ୍ରଥମ ଶ୍ରେଣୀରେ ଶତକଡା ୨୫ ଭାଗ ସ୍ଥାନ ଅବହେଳିତ  ଏବଂ ଦୁର୍ବଳ ଶ୍ରେଣୀ ( ଶ୍ରମିକ ଶିଶୁ, ବାସହୀନ ଶିଶୁ, ସୁଯୋଗରୁ ବଞ୍ଚିତ ପରିବାରର ଶିଶୁ, ଦାରିଦ୍ରିୟ ସୀମାରେଖା ତଳ ପରିବାରର ଶିଶୁ, ଭିନ୍ନକ୍ଷ୍ୟମ ଶିଶୁ, ଭିକ୍ଷ୍ବୃତ୍ତି କରିଥିବା ଶିଶୁ, ପ୍ରଥପ୍ରାନ୍ତ ଶିଶୁ, ମୃତ ସୈନିକଙ୍କର ଶିଶୁ, ଯୁଦ୍ଧ ଦ୍ଵାରା ପ୍ରଭାବିତ ପରିବାରର ଶିଶୁ  ଓ ଏଚ ଆଇ ଭି ସଂକ୍ରମିତ ବ ପ୍ରଭାବିତ ଶିଶୁ) ପାଇଁ ସଂରକ୍ଷିତ ରଖାଯାଇଅଛି ଇଚ୍ଛୁକ ତଥା ଯୋଗ୍ୟ ମାତା ପିତା  ଏବଂ   ଅବିଭାବକମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ସେମାନେ ତାଙ୍କ  ଘର ପାଖରେ (୧ କି ମି ଦୂରତା ଭିତରେ) ଥିବା ବେସରକାରୀ ବିଦ୍ୟାଳୟରେ ପ୍ରବେଶ ଶ୍ରେଣୀ ବ ପ୍ରଥମ ଶ୍ରେଣୀରେ ତାଙ୍କ  ପିଲାଙ୍କର ନାମ ଲେଖଇବ ପାଇଁ ତାଙ୍କ ଗୋଷ୍ଠୀ ଶିକ୍ଷ ଅଧିକାରୀଙ୍କ କାର୍ଯ୍ୟଲୟ ମାନଙ୍କରେ ଆବେଦନ କରିପାରିବେ ନାମ ଲେଖା, ବିଦ୍ୟାଳୟ ପୋଷାକ, ପାଠ୍ୟପୁସ୍ତକ, ଲିଖନ ସାମଗ୍ରୀ, ଲାଇବ୍ରେରୀ ପୁସ୍ତକ, କମ୍ପୁଟର ଶିକ୍ଷ, ସ୍ୱାସ୍ଥ୍ୟ ପରୀକ୍ଷା, ସହ ଶିକ୍ଷଣ କାର୍ଯକ୍ରମ ଏବଂ କ୍ରିଡା ବାବଦୀୟ ସମସ୍ତ ଖର୍ଚ ମାତା ପିତା  ତଥା ଅବିଭାବକମାନଙ୍କୁ  ଦେବାକୁ ପଡିବ ନହିଁ , ତାହା ସରକାର ବହନ କରିବେ ବିଦ୍ୟାଳୟୱାରି ସଂରକ୍ଷିତ ସ୍ଥାନ ସଂଖ୍ୟା, ଆବେଦନ ପତ୍ର  ତଥା ଏ ସମ୍ବନ୍ଧୀୟ ସବିଶେଷ ସୂଚନା ପ୍ରତ୍ୟେକ ଗୋଷ୍ଠୀ ଶିକ୍ଷ ଅଧିକାରୀଙ୍କ କାର୍ଯ୍ୟଲୟ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଲୟ, ନୂଆପଡା ଏବଂ ଜିଲ୍ଲା ଶିକ୍ଷ। ଅଧିକାରୀଙ୍କ କାର୍ଯ୍ୟ।ଲୟ, ନୂଆପଡା ଠାରେ ଉପଲବ୍ଧ
ଏହାର  ସୁଯୋଗ ନେବା ପାଇଁ ଇଚ୍ଛୁକ  ଯୋଗ୍ୟ ମାତା ପିତା ତଥା ଅବିଭାବକଙ୍କୁ  ଅନୁରୋଧ କରାଯାଉଅଛି ଯେ, ସେମାନେ ତାରିଖ ୩୦.୦୭.୨୦୧୭ ପର୍ଯ୍ୟନ୍ତ ନିଜ ନିଜର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଲୟରେ  ଆବେଦନ ପତ୍ର ଦାଖଲ  କରନ୍ତୁ

for details Parents/ Guardians may contact :
Mr. Kamal Kumbhar (SC/ST Coordinator, RTE-SSA, Nuapada,
Ph. No.: 9078991522
                                                                      
image source: topnews.in

No comments:

Post a Comment